Date/Time:

BBSR TV

ରାଫାଲ୍‌ ଯୋଗୁ ଚାଇନା-ପାକିସ୍ତାନର କଡ଼ା ମୁକାବିଲା କରିବାକୁ ଭାରତ ସକ୍ଷମ: ବାୟୁସେନା ଅଧ୍ୟକ୍ଷ ଭଦୋରିଆ

ନୂଆଦିଲ୍ଲୀ,୩୦।୯: ରାଫାଲ୍‌ ଯୁଦ୍ଧ ବିମାନ ଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବହୁ ଗୁଣା ବୃଦ୍ଧି ପାଇବ। ଏହା ଯୋଗୁ ଚାଇନା-ପାକିସ୍ତାନର କଡ଼ା ମୁକାବିଲା କରିବାକୁ ଭାରତ ସକ୍ଷମ ବୋଲି ଦାୟିତ୍ୱ ଗ୍ରହଣ ପରେ ସୋମବାର ନୂଆ ବାୟୁସେନା ଅଧ୍ୟକ୍ଷ ଆର୍‌.କେ.ଏସ୍‌. ଭଦୋରିୟା ଚାଇନା ଏବଂ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଆସନ୍ତା ସପ୍ତାହରେ ବାୟୁସେନାରେ ଫ୍ରାନ୍ସ୍‌ ଦ୍ୱାରା ନିର୍ମିତ ରାଫାଲ୍‌ ଯୁଦ୍ଧ ବିମାନ ସାମିଲ୍‌ ହେବ। ଭଦୋରିଆ ରାଫାଲ୍‌ ଯୁଦ୍ଧ ବିମାନ କ୍ରୟ କମିଟିର ଚେୟାରମ୍ୟାନ୍‌ ମଧ୍ୟ ଥିଲେ। […]

ବିଜେପୁର ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

ବରଗଡ଼ ଅଫିସ, ପଦ୍ମପୁର, ୩୦।୯(ଡି.ଏନ୍‌.ଏ.): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀ ଦ୍ୱୟ ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସର ତଥା ଉପଜିଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନର ଭୋଗ ଗ୍ରହଣ ହେବ। ଏହାର ୩ ଦିନ ପରେ ଅର୍ଥାତ୍‌ ୨୪ ତାରିଖରେ ଭୋଟ […]

ମହାରାଣୀଙ୍କୁ କ୍ଷମା ମାଗିଲେ ବୋରିସ୍‌

ଲଣ୍ଡନ,୩୦ା୯(ପି.ଟି.): ବ୍ରିଟେନ ପାର୍ଲାମେଣ୍ଟକୁ ୫ ସପ୍ତାହ ପାଇଁ ନିଲମ୍ବନ କରିବା ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେବା ପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ କ୍ଷମାମାଗିଛନ୍ତି। ସଣ୍ଡେ ଟାଇମ୍ସ ରିପୋର୍ଟ ଅନୁସାରେ ୧୦ ଡାଉନ୍ସିଂ ଷ୍ଟ୍ରିଟ୍‌ ସୂତ୍ରରୁ ଏହା ଜଣାପଡ଼ିଛି। ପାର୍ଲାମେଣ୍ଟକୁ ସେପ୍ଟେମ୍ବର ମଧ୍ୟଭାଗରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ନିଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିବାରୁ ମହାରାଣୀଙ୍କ ବକିଂହାମ୍‌ ପ୍ୟାଲେସ୍‌ର ବରିଷ୍ଠ ପରାମର୍ଶଦାତାମାନେ ବୋରିସ୍‌ଙ୍କ ଉପରେ କ୍ଷୁବ୍ଧ ଥିଲେ। ଅକ୍ଟୋବର ୩୧ […]

ବିପିସିଏଲ୍‌ର ଘରୋଇକରଣ ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୩୦-୯: ଦେଶର ଦ୍ୱିତୀୟ ବୃହତ୍ତ ତୈଳ ବିପଣନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌)ର ଘରୋଇକରଣ ନେଇ ସରକାର ଯୋଜନା ରଖିଛନ୍ତି। ଏହି ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ବିଦେଶୀ ଏବଂ ଘରୋଇ ଫାର୍ମଗୁଡିକୁ ଏହାର ବିକ୍ରି ନେଇ ଯୋଜନା ରହିଥିବା ବେଳେ ଏଥି ଲାଗି ସଂସଦର ମଞ୍ଜୁରୀ ଆବଶ୍ୟକତା ରହିଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦେଶର ତୈଳ ବିପଣନ କ୍ଷେତ୍ରରେ ବିଦେଶୀ ସଂସ୍ଥାଙ୍କୁ ସୁଯୋଗ ପ୍ରଦାନ ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହନ […]

BBSRTV News is a first of its kind digital media venture in Odisha which caters to the growing need of people on the move to keep themselves updated primarily with the latest news of Odisha as well as stay informed on important national and international updates.

© 2019 - BBSRTV. All Rights Reserved. Designed & Developed by iWeblogics info Solutions PVT LTD